ଗାଁ ଟି ମୋର କେତେ ସୁନ୍ଦର
ତହିଁ ରେ ଶୋଭା ପାଏ ଶିବ ମନ୍ଦିର
ନିତି ଦେଖାଯାଏ ଭକ୍ତ ଆସର
ଦିଶୁଥାଏ ସଦା କି ମନୋହର(୧)
ମନ୍ଦିର ପ୍ରାଙ୍ଗଣରେ ଶୁଭୁଥାଏ ନିତି
ଘଣ୍ଟ କୀର୍ତ୍ତନ ର ଧ୍ୱନି
ଶାନ୍ତି ମିଳିଥାଏ ନୈବେଦ୍ୟ ସୁବାସ ର
ଭକ୍ତ ଆନନ୍ଦେ ଯାଆନ୍ତି ମାତି (୨)
ହରହର ଦେବ ମହାଦେବ ଶିବ
ମୋ ଗାଁ ବଡ ଠାକୁର
ଓଡ଼ିଆ ଚଳଣି, ଓଡ଼ିଆ ନୀତି ରେ
ପୂଜା ପାଆନ୍ତି ନିରନ୍ତର (୩)
ଶଙ୍ଖ ହୁଳହୁଳି, ଚନ୍ଦନ କର୍ପୂର
ମନ୍ଦିରେ ବଢ଼ାଏ ଶୋଭା
ନନା ଙ୍କ ର ସେଇ ମନ୍ତ୍ର ଉଚ୍ଚାରଣ
ଦିଶେ କେଡେ ମନଲୋଭା (୪)
ମନ୍ଦିର ଚୂଡ଼ା ରେ ନିତି ଉଡୁଥାଏ
ନାଲିଆ ରଙ୍ଗ ର ବାନା
ସବୁ ଭକତ ର ମନ କଥା ଜାଣି
ପୂର୍ଣ୍ଣ କରନ୍ତି ମନସ୍କାମନା l (୫)
ଯାଜ୍ଞସେନୀ ବେହେରା
ଧାନଘେରା, ମୟୁରଭଞ୍ଜ


0 Comments